ଧାମନଗର ବ୍ଲକରେ ଲଗାତାର ବନ୍ୟା ନଦୀବନ୍ଧ ପାଲଟିଛି ବିପନ୍ନଙ୍କ ଆଶ୍ରୟସ୍ଥଳୀ #
ମାଲକାନଗିରି, ୧୭/୧୧(ସତ୍ୟ ନାରାୟଣ ଦାଶ) ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଳକ୍ ସ୍ଥିତ ମାଡକାପଦର୍ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ସୋମବାର ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅତିରିକ୍ତ ଜିଲ୍ଲାପାଳ ବେଦବର ପ୍ରଧାନ ଓ ଉପ ଜିଲ୍ଲାପାଳ ଅଶ୍ନି ଏ ଏଲ ଉପସ୍ଥିତ ରହି ଜନ ସାଧାରଣଙ୍କ ଅଭିଯୋଗ ଗୁଡିକୁ ଶୁଣିଥିଲେ।ଏହି ଶିବିରରେ ମୋଟ ୬୯ ଟି ଅଭିଯୋଗର ଶୁଣାଣି ହୋଇଥିଲା । ତନ୍ମଧ୍ୟରୁ ୧୬ ଗୋଟି ବ୍ୟକ୍ତିଗତ ଓ ୫୩ ଟି ସାମୁହିକ ଅଭିଯୋଗ ରହିଥିଲା। ଏହି ଅଭିଯୋଗ ଶୁଣାଣୀରେ ପ୍ରଧାନମନ୍ତ୍ରୀ ଆବାସ ଗୃହ , ପେନସନ, ନଳକୂପ, ବିଜୁଳି ସଂଯୋଗିକରଣ, ରାସ୍ତା, ସେତୁ ଓ ଅନ୍ୟାନ୍ୟ ଅଭିଯୋଗର ଶୁଣାଣି ହୋଇଥିଲା । ବିଭିନ୍ନ ଯୋଜନାର ହାତ ପାହାନ୍ତା ରେ ସେବା ଯୋଗାଇ ଦେବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ କ୍ୟାମ୍ପ ଆୟୋଜନ କରାଯାଇଥିଲା। ଅଭିଯୋଗ ପରେ ଅତିରିକ୍ତ ଜିଲ୍ଲାପାଳ ଓ ଅନ୍ୟାନ୍ୟ ଅଧିକାରୀ ବିଭିନ୍ନ ସ୍କୁଲ୍ ପରିଦର୍ଶନରେ ଯାଇ ମଧ୍ୟାହ୍ନ ଭୋଜନର ମାନ ପରଖିଛନ୍ତି। ଏହି ଯୁଗ୍ମ ଅଭିଯୋଗ ଶୁଣାଣି ଶିବିରରେ ଜିଲ୍ଲା ସ୍ତରୀୟ ଅଧିକାରୀ, ବିଡିଓ ଓ ତହସିଲଦାର ମାନେ ଉପସ୍ଥିତ ଥିଲେ।
ନୂତନ ପ୍ରୟୋଗ କବିତାକୁ ଆହୁରି ହୃଦୟସ୍ପର୍ଶୀ କରିପାରେ, ମାଲକାନଗିରି ତା ୧୭/୧୧ (ସତ୍ୟ ନାରାୟଣ ଦାଶ) ଲକ୍ଷ୍ମଣ ନାୟକ ସାହିତ୍ୟ ସଂସ୍କୃତି ପରିଷଦ, ମାଲକାନଗିରି ତରଫରୁ କବିତାପାଠ, ସାରସ୍ବତ ସଭା, ପୁସ୍ତ....
ମାଲକାନଗିରି, ୧୭/୧୧(ସତ୍ୟ ନାରାୟଣ ଦାଶ) ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଳକ୍ ସ୍ଥିତ ମାଡକାପଦର୍ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ସୋମବାର ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର à....
ସୁବାଷ ବୋଷ ଟାଉନ୍ କ୍ଲବ୍ କୁ ପ୍ରଥମ ପୁରସ୍କାର। ମାଲକାନଗିରି, ୧୫/୧୦(ସତ୍ୟ ନାରାୟଣ ଦାଶ) ଆଜି ଜିଲ୍ଲା ଆରକ୍ଷୀ କାର୍ଯ୍ୟାଳୟ ଠାରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମାଲକାନଗିରି ପୌର ପରିଷଦ ଅନà....
ଉତ୍ତର ଏବଂ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଜନିତ ବର୍ଷାର ମୁକାବିଲା ସମ୍ପର୍କରେ ପ୍ରଭାବିତ ହେବାକୁ ଥିବା ୧୭ଟି ଜିଲ୍ଲାର ଜିଲ୍ଲାପାଳଙ୍କ ସହ ଭିଡିଓ କନ୍ଫରେନ୍ସ ମାଧ୍ୟମରà....
Join our newsletter and get updates in your inbox. We won't spam you and we respect your privacy.