*ଜବାହର ନବୋଦୟ ବିଦ୍ୟାଳୟ ପ୍ରବେଶିକା ପରୀକ୍ଷାର ସୁପରିଚାଳନା ନେଇ ଓରିଏଣ୍ଟେସନ କାର୍ଯ୍ୟକ୍ରମ ଅନୁଷ୍ଠିତ*  #  

ଜେନ ଯୀ ଢଙ୍ଗରେ ପାଳନ ହେଲା ଶିଶୁ ଦିବସ କାର୍ଯ୍ୟକ୍ରମ  #  

ନଭେମ୍ବର ୧୫ରେ ଜନଜାତିୟ ଗୌରବ ଦିବସ ପାଳନ ପାଇଁ ମାଲକାନଗିରି ଆସିବେ ମୁଖ୍ୟମନ୍ତ୍ରୀ  #  

ମାଲକାନଗିରି ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ମାସିକ ରାଜସ୍ୱ, ପିଏମଜି ପ୍ରଗତି ଓ ଜଳ ସୁରକ୍ଷା ବୈଠକ ଅନୁଷ୍ଠିତ  #  

ମାଲକାନଗିରି ଜିଲ୍ଳା ପ୍ରଶାସନ ଦ୍ୱାରା ଦୀପାବଳି ଉତ୍ସବ ପାଳନ ସମାରୋହ: ଅସହାୟଙ୍କ ମୁହଁରେ ହସ ଫୁଟାଇଲେ ଜିଲ୍ଲାପାଳ।  #  

ବାଲିମେଳା ଏନଏସି ହଲ୍‌ରେ ଜିଲ୍ଲାପାଳ ଓ ଏସପିଙ୍କ ମିଳିତ ଜନଶୁଣାଣି ଶିବିର: ୧୨୦ରୁ ଊର୍ଦ୍ଧ୍ୱ ଅଭିଯୋଗ ଗ୍ରହଣ।  #  

ପଞ୍ଚାୟତ ଓ ପୌର ନିର୍ବାଚନ: ମାଲକାନଗିରିରେ ଘରକୁ ଘର ସର୍ଭେ କାର୍ଯ୍ୟର ସମୀକ୍ଷା କଲେ ରାଜ୍ୟ ଅବ୍‌ଜରଭର୍ ସଂଗ୍ରାମ ଶେଖର ପଣ୍ଡା  #  

ଧାମନଗର ବ୍ଲକରେ ଲଗାତାର ବନ୍ୟା ନଦୀବନ୍ଧ ପାଲଟିଛି ବିପନ୍ନଙ୍କ ଆଶ୍ରୟସ୍ଥଳୀ  #  

ସ୍ୱାବଲମ୍ବୀ ହେଉଛନ୍ତି ମହିଳା କାରିଗର -ସବାଇ ଓ ଡୋକ୍ରା ରାଖୀର ବଢ଼ୁଛି ଚାହିଦା  #  

ମନ୍ଦିରରେ ବାହାଘର ପରେ ପ୍ରତାରଣା ଟଙ୍କା-ସୁନା ଲୁଟି ସର୍ଭିସ୍ ବନ୍ଧୁକରେ ଧମକ  #  

ଓଡ଼ିଶାବାସୀଙ୍କୁୂ ବିଭ୍ରାନ୍ତ କରିବାକୁ କଂଗ୍ରେସ ଓ ବିଜେଡି ମିଳିମିଶି ନାଟକ କରୁଛନ୍ତି : ବିରଂଚି ନାରାୟଣ ତ୍ରିପାଠୀ  #  

ସମୟ ସହିତ ହିନ୍ଦୀ ବିକଶିତ ହେବା ସହ ଯୁବ ପିଢ଼ିଙ୍କ ସହିତ ଯୋଡ଼ି ହେବା ଉଚିତ: ରାଜ୍ୟପାଳ  #  

ସୁଭଦ୍ରାର ୫ମ କିସ୍ତି ପ୍ରଦାନ ପାଇଁ ସମୀକ୍ଷା ବୈଠକ ଅନୁଷ୍ଠିତ  #  

ମହିଳା ଓ ଶିଶୁଙ୍କ ସୁରକ୍ଷା ପାଇଁ ରାଜ୍ୟ ପୁଲିସର ବଡ଼ ଆକ୍ସନ ପ୍ଲାନ  #  

ଲକ୍ଷ୍ମଣ ନାୟକ ସାହିତ୍ୟ ସଂସ୍କୃତି ପରିଷଦ, ମାଲକାନଗିରି ତରଫରୁ କବିତାପାଠ, ସାରସ୍ବତ ସଭା, ପୁସ୍ତକ ଉନ୍ମୋଚନ ଓ ସମ୍ବର୍ଦ୍ଧନା।  #  

ମାଡ଼କାପଦର୍ ଠାରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଆୟୋଜିତ।  #  

ଶ୍ରେଷ୍ଠ ପୂଜା ପଣ୍ଡାଲକୁ ପୁରସ୍କୃତ କଲେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ।  #  

ଷଷ୍ଠତମ ଅସ୍ତରଙ୍ଗ ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ- ପ୍ରଶ୍ନ ବାଣରେ ଘାଇଲା ବିଧାୟକ  #  

ଦେଶବ୍ୟାପୀ ବକ୍ସ ଅଫିସରେ ଚହଳ ସୃଷ୍ଟି କରୁଛି ‘କାନ୍ତାରା ଚାପ୍ଟର ୧’  #  

ଦଶହରା ମେଢକୁ ମିଳିବ ଆର୍ଥିକ ଅନୁଦାନ, ୩ଟି ଶ୍ରେଣୀରେ ମିଳିବ ଟଙ୍କା  #  

ମନ୍ଦିରରେ ବାହାଘର ପରେ ପ୍ରତାରଣା ଟଙ୍କା-ସୁନା ଲୁଟି ସର୍ଭିସ୍ ବନ୍ଧୁକରେ ଧମକ

ବାରିପଦା : ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ, ଲକ୍ଷାଧିକ ଟଙ୍କା ଓ ସୁନା-ରୂପା ନେବା, ବିବାହ ପରେ ପରିତ୍ୟାଗ ଏବଂ ଧମକ ଦେବା ଭଳି ଗୁରୁତର ଅଭିଯୋଗକୁ ନେଇ ବାରିପଦା ଟାଉନ୍ ଥାନାରେ କାର୍ଯ୍ୟରତ ଏସ୍‌ଆଇ ପ୍ରଭାତ କୁମାର ନାୟକଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ପୁରୀ ଜିଲ୍ଲା ବ୍ରହ୍ମଗିରି ଅଞ୍ଚଳର ଜଣେ ଯୁବତୀଙ୍କ ଲିଖିତ ଅଭିଯୋଗ ଆଧାରରେ ପୋଲିସ ତଦନ୍ତ ଆରମ୍ଭ କରିଛି। ଅଭିଯୋଗ ଅନୁଯାୟୀ, ଗତ କିଛି ବର୍ଷ ଧରି ଯୁବତୀଙ୍କ ସହ ପ୍ରଭାତ କୁମାର ନାୟକଙ୍କ ସମ୍ପର୍କ ରହିଥିଲା। ପରବର୍ତ୍ତୀ ସମୟରେ ଉଭୟ ପରିବାରର ଉପସ୍ଥିତିରେ ମୟୂରଭଞ୍ଜ ଜିଲ୍ଲା କୁଳିଅଣାସ୍ଥିତ ଏକ ରାଧାକୃଷ୍ଣ ମନ୍ଦିରରେ ହିନ୍ଦୁ ରୀତିନୀତି ଅନୁସାରେ ବିବାହ ହୋଇଥିଲା। କିନ୍ତୁ ବିବାହ ପରେ ତାଙ୍କୁ ପରିତ୍ୟାଗ କରାଯାଇଥିବା ଏବଂ ଶାଶୂଘରେ ମଧ୍ୟ ତାଙ୍କୁ ନିର୍ଯାତନା ଦିଆଯାଇଥିବା ସେ ଅଭିଯୋଗ କରିଛନ୍ତି। ଏପରିକି ଏସ୍‌ଆଇଙ୍କ ସର୍ଭିସ୍ ବନ୍ଧୁକ ଦେଖାଇ ଟଙ୍କା ଆଣିବାକୁ ଧମକ ଦିଆଯାଇଥିବା ମଧ୍ୟ ଅଭିଯୋଗ ରହିଛି। ବିବାହର ପ୍ରତିଶ୍ରୁତି ଦେଇ ସେ ଯୁବତୀଙ୍କ ସହ ସମ୍ପର୍କ ରଖିବା ସହ ଟଙ୍କା ଓ ସୁନା-ରୂପା ଅଳଙ୍କାର ନେଇଥିବା ବାରିପଦା ଟାଉନ୍ ଥାନାରେ ଲିଖିତ ଅଭିଯୋଗ ହୋଇଛି। ପରେ ଅଧିକ ଟଙ୍କା ଓ ସୁନା ଦାବି କରି ଯୁବତୀଙ୍କୁ ଅଣଦେଖା କରାଯାଇଥିବା ମଧ୍ୟ ଅଭିଯୋଗରେ ଦର୍ଶାଯାଇଛି। ତେବେ ଏହି ସମସ୍ତ ଅଭିଯୋଗକୁ ଏସ୍‌ଆଇ ପ୍ରଭାତ କୁମାର ନାୟକ ଖଣ୍ଡନ କରିଛନ୍ତି। ତାଙ୍କ କହିବା ଅନୁଯାୟୀ, ଉଭୟଙ୍କ ମଧ୍ୟରେ ବିବାଦ ରହିଥିଲା ଏବଂ ଏହାର ସମାଧାନ ପାଇଁ ବାରମ୍ବାର ଆଲୋଚନା ହୋଇଥିଲା। ଆଲୋଚନା ବିଫଳ ହେବା ପରେ ପ୍ରତିଶୋଧପରାୟଣ ହୋଇ ମିଥ୍ୟା ମାମଲା କରାଯାଇଥିବା ସେ ଦାବି କରିଛନ୍ତି। ବିବାହ ସମ୍ପର୍କରେ ମଧ୍ୟ ସେ ନିଜ ପକ୍ଷ ରଖି କହିଛନ୍ତି ଯେ, ବିବାହ ପୂର୍ବରୁ ନିଜର ଆର୍ଥିକ ସ୍ଥିତି ଭଲ ନଥିବାରୁ ସେ ବିବାହ ପାଇଁ ପ୍ରସ୍ତୁତ ନଥିଲେ ଏବଂ ଏକରୁ ଦୁଇ ବର୍ଷ ସମୟ ମାଗିଥିଲେ। କିନ୍ତୁ ପରେ ଉଭୟଙ୍କ ସହମତିରେ ବିବାହ ହୋଇଥିବା ସେ କହିଛନ୍ତି। ପ୍ରଭାତଙ୍କ ଅଭିଯୋଗ ହେଉଛି, ବିବାହ ପରେ ଉଭୟଙ୍କ ମଧ୍ୟରେ ବାରମ୍ବାର ବିବାଦ ହେଉଥିଲା। ସେ ଆହୁରି ଦାବି କରିଛନ୍ତି ଯେ, ସ୍ତ୍ରୀଙ୍କ ପକ୍ଷରୁ ବାରମ୍ବାର ଆତ୍ମହତ୍ୟା କରିବାର ଧମକ ମିଳୁଥିବାରୁ ସେ ମାନସିକ ଚାପରେ ଥିଲେ ଏବଂ ଏଭଳି ପରିସ୍ଥିତିରେ ଏକାଠି ରହିବା ତାଙ୍କ ପାଇଁ ଅସୁରକ୍ଷିତ ମନେ ହୋଇଥିଲା। ଟଙ୍କା ନେବା ଅଭିଯୋଗ ସମ୍ପର୍କରେ ମଧ୍ୟ ସେ କହିଛନ୍ତି ଯେ, ଉଭୟଙ୍କ ମଧ୍ୟରେ ବନ୍ଧୁତା ସମୟରେ ଟଙ୍କା ଦେଣନେଣ ହୋଇଥିଲା, କିନ୍ତୁ ସମସ୍ତ ଟଙ୍କା ସାକ୍ଷୀଙ୍କ ଉପସ୍ଥିତିରେ ଫେରସ୍ତ କରିଦିଆଯାଇଛି। ଅନ୍ୟପକ୍ଷରେ, ମାମଲାରେ ଭାରତୀୟ ନ୍ୟାୟ ସଂହିତା ଧାରା ୬୯ ଲାଗୁ ହୋଇଥିବାକୁ ନେଇ ମଧ୍ୟ ପ୍ରଭାତ ପ୍ରଶ୍ନ ଉଠାଇଛନ୍ତି। ବିବାହ ସମ୍ପର୍କ ଥିବା ସତ୍ତ୍ୱେ ଏହି ଧାରା ଲାଗୁ କରାଯାଇଥିବାରୁ ସେ ମର୍ମାହତ ଓ ମାନସିକ ଚାପରେ ଥିବା କହିଛନ୍ତି। ଘଟଣା ସମ୍ପର୍କରେ ବାରିପଦା ସଦର ଏସ୍‌ଡିପିଓ କହିଛନ୍ତି ଯେ, ଯୁବତୀଙ୍କ ଲିଖିତ ଅଭିଯୋଗ ଆଧାରରେ ବାରିପଦା ଟାଉନ୍ ଥାନାରେ ମାମଲା ରୁଜୁ ହୋଇଛି ଏବଂ ଘଟଣାର ତଦନ୍ତ ଜାରି ରହିଛି। ତେବେ ଅଭିଯୋଗ ସତ କି ମିଥ୍ୟା,ତଦନ୍ତ ପରେ ହିଁ ସ୍ପଷ୍ଟ ହେବ। ଉଭୟ ପକ୍ଷର ଦାବି ଓ ପ୍ରତିବାଦି ମଧ୍ୟରେ ଏବେ ତଦନ୍ତର ଫଳାଫଳ ଉପରେ ନଜର।

ମନ୍ଦିରରେ ବାହାଘର ପରେ ପ୍ରତାରଣା ଟଙ୍କା-ସୁନା ଲୁଟି ସର୍ଭିସ୍ ବନ୍ଧୁକରେ ଧମକ

ବାରିପଦା : ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ, ଲକ୍ଷାଧିକ ଟଙ୍କା ଓ ସୁନା-ରୂପା ନେବା, ବିବାହ ପରେ ପରିତ୍ୟାଗ ଏବଂ ଧମକ ଦେବା ଭଳି ଗୁରୁତର ଅଭିଯୋଗକୁ ନେଇ ବାରିପଦା ଟାଉନ୍ ଥାନାରେ କାର୍ଯ୍ୟରତ ....

ମହିଳା ଓ ଶିଶୁଙ୍କ ସୁରକ୍ଷା ପାଇଁ ରାଜ୍ୟ ପୁଲିସର ବଡ଼ ଆକ୍ସନ ପ୍ଲାନ

ରାଜ୍ୟ ପୋଲିସ ମୁଖ୍ୟାଳୟ    ଓଡ଼ିଶା ପୋଲିସର  ସଫଳତା: ଜାନୁୟାରୀରୁ ଜୁନ 2026 ମଧ୍ୟରେ ୧୭,୫୯୦ ନିଖୋଜ ମହିଳା ଓ ଶିଶୁ ଉଦ୍ଧାର ପରିବାରଠାରୁ ବିଚ୍ଛିନ୍ନ ହୋଇଯାଇଥିବା ନିଖୋଜ ମହିଳା ଓ ଶିଶୁମାନଙ୍କୁ ସୁ....

ଅଟୋ ଧକ୍କାରେ ୩ଅଙ୍ଗନଓ୍ବାଡି ଛାତ୍ରଛାତ୍ରୀ ଗୁରୁତର

ଅନୁଗୋଳ : ଜରପଡା ଥାନା ଅନ୍ତର୍ଗତ ଉଗି ଗାଁ ଦେହୁରୀ ସାହି ସ୍କୁଲ ସମ୍ମୁଖରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଅଟୋ ଧକ୍କାରେ ୩ ଅଙ୍ଗନଓ୍ବାଡି ଛାତ୍ରଛାତ୍ରୀ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ତୁରନ୍ତ à¬....

ସାନ ବନ୍ଦାଳ ଗାଁ ରେ ଅଭାବନୀୟ ଘଟଣା|ଭଣ୍ଡା ଗଛ ମୂଳରୁ ମିଳିଲା ଯୁବକଙ୍କ ମୃତ ଦେହ

ଅସ୍ତରଙ୍ଗ:(ଆଦିତ୍ୟ ବିଶ୍ୱାଳ ) ସାନ-ସିରେଇ ଗାଁ ରେ ଅଭାବନୀୟ ଘଟଣା|ଭଣ୍ଡା ଗଛ ମୂଳରୁ ମିଳିଲା ଯୁବକଙ୍କ ମୃତ ଦେହ |ଉଦୟପୁର ଗାଁ ରଅବିବାହିତ ଯୁବକ ବୁଧେଶ୍ୱର ପ୍ରଧାନ ଙ୍କ (30)ସନ୍ଦେହଜନକ ମୃତ୍ୟୁ ଅସ୍ତରଙ୍ଗର....

Sign up for the Newsletter

Join our newsletter and get updates in your inbox. We won't spam you and we respect your privacy.