*ଜବାହର ନବୋଦୟ ବିଦ୍ୟାଳୟ ପ୍ରବେଶିକା ପରୀକ୍ଷାର ସୁପରିଚାଳନା ନେଇ ଓରିଏଣ୍ଟେସନ କାର୍ଯ୍ୟକ୍ରମ ଅନୁଷ୍ଠିତ*  #  

ଜେନ ଯୀ ଢଙ୍ଗରେ ପାଳନ ହେଲା ଶିଶୁ ଦିବସ କାର୍ଯ୍ୟକ୍ରମ  #  

ନଭେମ୍ବର ୧୫ରେ ଜନଜାତିୟ ଗୌରବ ଦିବସ ପାଳନ ପାଇଁ ମାଲକାନଗିରି ଆସିବେ ମୁଖ୍ୟମନ୍ତ୍ରୀ  #  

ମାଲକାନଗିରି ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ମାସିକ ରାଜସ୍ୱ, ପିଏମଜି ପ୍ରଗତି ଓ ଜଳ ସୁରକ୍ଷା ବୈଠକ ଅନୁଷ୍ଠିତ  #  

ମାଲକାନଗିରି ଜିଲ୍ଳା ପ୍ରଶାସନ ଦ୍ୱାରା ଦୀପାବଳି ଉତ୍ସବ ପାଳନ ସମାରୋହ: ଅସହାୟଙ୍କ ମୁହଁରେ ହସ ଫୁଟାଇଲେ ଜିଲ୍ଲାପାଳ।  #  

ବାଲିମେଳା ଏନଏସି ହଲ୍‌ରେ ଜିଲ୍ଲାପାଳ ଓ ଏସପିଙ୍କ ମିଳିତ ଜନଶୁଣାଣି ଶିବିର: ୧୨୦ରୁ ଊର୍ଦ୍ଧ୍ୱ ଅଭିଯୋଗ ଗ୍ରହଣ।  #  

ପଞ୍ଚାୟତ ଓ ପୌର ନିର୍ବାଚନ: ମାଲକାନଗିରିରେ ଘରକୁ ଘର ସର୍ଭେ କାର୍ଯ୍ୟର ସମୀକ୍ଷା କଲେ ରାଜ୍ୟ ଅବ୍‌ଜରଭର୍ ସଂଗ୍ରାମ ଶେଖର ପଣ୍ଡା  #  

ଧାମନଗର ବ୍ଲକରେ ଲଗାତାର ବନ୍ୟା ନଦୀବନ୍ଧ ପାଲଟିଛି ବିପନ୍ନଙ୍କ ଆଶ୍ରୟସ୍ଥଳୀ  #  

ସ୍ୱାବଲମ୍ବୀ ହେଉଛନ୍ତି ମହିଳା କାରିଗର -ସବାଇ ଓ ଡୋକ୍ରା ରାଖୀର ବଢ଼ୁଛି ଚାହିଦା  #  

ମନ୍ଦିରରେ ବାହାଘର ପରେ ପ୍ରତାରଣା ଟଙ୍କା-ସୁନା ଲୁଟି ସର୍ଭିସ୍ ବନ୍ଧୁକରେ ଧମକ  #  

ଓଡ଼ିଶାବାସୀଙ୍କୁୂ ବିଭ୍ରାନ୍ତ କରିବାକୁ କଂଗ୍ରେସ ଓ ବିଜେଡି ମିଳିମିଶି ନାଟକ କରୁଛନ୍ତି : ବିରଂଚି ନାରାୟଣ ତ୍ରିପାଠୀ  #  

ସମୟ ସହିତ ହିନ୍ଦୀ ବିକଶିତ ହେବା ସହ ଯୁବ ପିଢ଼ିଙ୍କ ସହିତ ଯୋଡ଼ି ହେବା ଉଚିତ: ରାଜ୍ୟପାଳ  #  

ସୁଭଦ୍ରାର ୫ମ କିସ୍ତି ପ୍ରଦାନ ପାଇଁ ସମୀକ୍ଷା ବୈଠକ ଅନୁଷ୍ଠିତ  #  

ମହିଳା ଓ ଶିଶୁଙ୍କ ସୁରକ୍ଷା ପାଇଁ ରାଜ୍ୟ ପୁଲିସର ବଡ଼ ଆକ୍ସନ ପ୍ଲାନ  #  

ଲକ୍ଷ୍ମଣ ନାୟକ ସାହିତ୍ୟ ସଂସ୍କୃତି ପରିଷଦ, ମାଲକାନଗିରି ତରଫରୁ କବିତାପାଠ, ସାରସ୍ବତ ସଭା, ପୁସ୍ତକ ଉନ୍ମୋଚନ ଓ ସମ୍ବର୍ଦ୍ଧନା।  #  

ମାଡ଼କାପଦର୍ ଠାରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଆୟୋଜିତ।  #  

ଶ୍ରେଷ୍ଠ ପୂଜା ପଣ୍ଡାଲକୁ ପୁରସ୍କୃତ କଲେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ।  #  

ଷଷ୍ଠତମ ଅସ୍ତରଙ୍ଗ ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ- ପ୍ରଶ୍ନ ବାଣରେ ଘାଇଲା ବିଧାୟକ  #  

ଦେଶବ୍ୟାପୀ ବକ୍ସ ଅଫିସରେ ଚହଳ ସୃଷ୍ଟି କରୁଛି ‘କାନ୍ତାରା ଚାପ୍ଟର ୧’  #  

ଦଶହରା ମେଢକୁ ମିଳିବ ଆର୍ଥିକ ଅନୁଦାନ, ୩ଟି ଶ୍ରେଣୀରେ ମିଳିବ ଟଙ୍କା  #  

ମାଲକାନଗିରି ଜିଲ୍ଳା ପ୍ରଶାସନ ଦ୍ୱାରା ଦୀପାବଳି ଉତ୍ସବ ପାଳନ ସମାରୋହ: ଅସହାୟଙ୍କ ମୁହଁରେ ହସ ଫୁଟାଇଲେ ଜିଲ୍ଲାପାଳ।

ମାଲକାନଗିରି, ୯/୧୧ ଆଲୋକର ପର୍ବ ଦୀପାବଳି ଅବସରରେ ମାଲକାନଗିରି ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ଅଭିନବ ତଥା ପ୍ରଶଂସନୀୟ ପଦକ୍ଷେପ ଗ୍ରହଣ କରାଯାଇଛି। ସମାଜର ଅବହେଳିତ ତଥା ଅସହାୟ ବର୍ଗଙ୍କ ସହ ଦୀପାବଳିର ଖୁସି ବାଣ୍ଟିବା ପାଇଁ ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜଶିର୍କେ ଙ୍କ ଏକ ମହାନ ଦୂରଦୃଷ୍ଟି ଯୋଗୁଁ ଆଜି ଜିଲ୍ଲାର ବିଭିନ୍ନ ଅନାଥାଶ୍ରମ, ବୃଦ୍ଧାଶ୍ରମ ଏବଂ ଶକ୍ତି ସଦନର ଅନ୍ତେବାସୀମାନେ ପ୍ରଶାସନିକ ଅଧିକାରୀଙ୍କ ସହ ଦୀପାବଳି ପାଳନ କରିଛନ୍ତି।

ଏହି ମହାନ କାର୍ଯ୍ୟକ୍ରମ ଅଧୀନରେ ନିଜେ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍ ଶ୍ରୀ ରାଜଶିର୍କେ ଏବଂ ଆରକ୍ଷୀ ଅଧୀକ୍ଷକ ବିନୋଦ ପାଟିଲ ଏଚ୍ ନାୟକଗୁଡ଼ା ସ୍ଥିତ ସ୍ୱାଧୀନତା ସଂଗ୍ରାମୀ ଏରମା ବାକା ଜିଲ୍ଲା ସ୍ୱତନ୍ତ୍ର ବିଦ୍ୟାଳୟ ପରିଦର୍ଶନ କରି ସେଠାରେ ଥିବା ୮୪ ଜଣ ଅନ୍ତେବାସୀଙ୍କ ସହ ସମୟ ବିତାଇଥିଲେ। ସେମାନଙ୍କୁ ମିଠା ଓ ଫଳ ବଣ୍ଟନ କରିବା ସହ ସେମାନଙ୍କୁ ନୈତିକ ସମର୍ଥନ ଓ ସ୍ନେହ ପ୍ରଦାନ କରିଥିଲେ। ଏହି ଅବସରରେ ଜିଲ୍ଲାପାଳ ନିଜର ପ୍ରତିକ୍ରିୟା ରଖି କହିଛନ୍ତି ଯେ, ଦୀପାବଳି ହେଉଛି ଆଲୋକ, ଆନନ୍ଦ ଏବଂ ଭାଇଚାରାର ପର୍ବ। ସମାଜର ମୁଖ୍ୟ ସ୍ରୋତରୁ ଦୂରେଇ ରହିଥିବା ଏହି ଅନ୍ତେବାସୀମାନଙ୍କ ସହ ସମୟ ବିତାଇବା ଏବଂ ସେମାନଙ୍କୁ ଆପଣାପଣର ଅନୁଭବ ଦେବା ହେଉଛି ଆମର ଲକ୍ଷ୍ୟ। ସେମାନଙ୍କ ମୁହଁର ନିଷ୍ପାପ ହସ ହିଁ ଆମ ପାଇଁ ପ୍ରକୃତ ଦୀପାବଳି। ପ୍ରଶାସନ ସର୍ବଦା ସେମାନଙ୍କ ସାଥିରେ ଅଛି। ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଅନ୍ୟ ବରିଷ୍ଠ ଅଧିକାରୀମାନେ ମଧ୍ୟ ବିଭିନ୍ନ ଅନୁଷ୍ଠାନ ପରିଦର୍ଶନ କରିଥିଲେ। ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ୍ ପ୍ରଶାସନ ସୋମନାଥ ପ୍ରଧାନ ଏବଂ ଡେପୁଟି କଲେକ୍ଟର (ପରୀକ୍ଷା) ଗୋବିନ୍ଦପାଲ୍ଲୀ ସ୍ଥିତ ବୃଦ୍ଧାଶ୍ରମରେ ୨୦ ଜଣ ଅନ୍ତେବାସୀଙ୍କ ସହ ଦୀପାବଳି ପାଳନ କରିଥିବା ବେଳେ ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ୍ ରାଜସ୍ଵ  ବେଦବର ପ୍ରଧାନ ଏବଂ ଆଇଟିଡିଏ ର ପ୍ରକଳ୍ପ ପ୍ରଶାସକ ହଳଧର ଶବର, ଡେପୁଟି କଲେକ୍ଟର ସ୍ଵୟଂ ସିଦ୍ଧ ରାଉତ ମାଲକାନଗିରିର 'ପରିବର୍ତ୍ତନ' ଅନାଥାଶ୍ରମର ୫୦ ଜଣ ପିଲାଙ୍କ ସହ ସମୟ ବିତାଇଥିଲେ। ସେହିପରି ମୁଖ୍ୟ ଉନ୍ନୟନ ଅଧିକାରୀ-ତଥା-ନିର୍ବାହୀ ଅଧିକାରୀ (ଜିଲ୍ଲା ପରିଷଦ) ଦାଶରଥି ସରାବୁ, ଅର୍ଥ ପରିଚାଳକ ମାନସ ମିଶ୍ର ଏବଂ ସହକାରୀ କଲେକ୍ଟର ପୁରୁଣା ଡିଏଚଏଚ୍ ଠାରେ ଥିବା ମାନସିକ ଅନଗ୍ରସର ଗୃହର ୧୦୩ ଜଣ ଅନ୍ତେବାସୀଙ୍କୁ ଭେଟିଥିଲେ।ଡେପୁଟି କଲେକ୍ଟର (ରାଜସ୍ୱ) ସୁଧାକର ରଇତ ମାଲକାନଗିରି ଜିଲ୍ଲା ପରିଷଦ କାର୍ଯ୍ୟାଳୟ ନିକଟସ୍ଥ 'ଶକ୍ତି ସଦନ'ର ୨୮ ଜଣ ଅନ୍ତେବାସୀଙ୍କ ସହ ପର୍ବ ପାଳନ କରିଥିଲେ। ସମସ୍ତ ସ୍ଥାନରେ ଅଧିକାରୀମାନେ ଅନ୍ତେବାସୀମାନଙ୍କୁ ମିଠା ଓ ଫଳ ବଣ୍ଟନ କରିବା ସହ ସେମାନଙ୍କ ସୁଖଦୁଃଖ ବୁଝିଥିଲେ।

ଏହି ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମଟିକୁ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ନିର୍ମଳା ଧରୁଆ ଏବଂ ଉପଖଣ୍ଡ ସାମଜିକ ସୁରକ୍ଷା ଅଧିକାରୀ  ରାଜୀବ ପୂଜାରୀ ଅତ୍ୟନ୍ତ ସୁଚାରୁ ରୂପେ ପରିଚାଳନା ଓ ସଂଯୋଜନା କରିଥିଲେ। ଜିଲ୍ଲାପାଳ ଏବଂ ଜିଲ୍ଲା ପ୍ରଶାସନର ଏଭଳି ସମ୍ବେଦନଶୀଳ ତଥା ମାନବିକତାପୂର୍ଣ୍ଣ ପଦକ୍ଷେପକୁ ସାଧାରଣ ଜନତା ଏବଂ ବୁଦ୍ଧିଜୀବୀ ମହଲରେ ଭୂୟସୀ ପ୍ରଶଂସା କରାଯାଉଛି। କେବଳ ନିଜ ପରିବାର ନୁହେଁ, ବରଂ ସମାଜର ଏକ ନିଃସହାୟ ବର୍ଗଙ୍କୁ ନିଜ ପରିବାର ଭାବି ସେମାନଙ୍କ ସହ ପର୍ବ ପାଳନ କରିବା, ଜିଲ୍ଲା ପ୍ରଶାସନର ଏକ ସକାରାତ୍ମକ ଦିଗକୁ ଦର୍ଶାଉଛି।

 

ସତ୍ୟ ନାରାୟଣ ଦାଶ, ମାଲକାନଗିରି

*ଜବାହର ନବୋଦୟ ବିଦ୍ୟାଳୟ ପ୍ରବେଶିକା ପରୀକ୍ଷାର ସୁପରିଚାଳନା ନେଇ ଓରିଏଣ୍ଟେସନ କାର୍ଯ୍ୟକ୍ରମ ଅନୁଷ୍ଠିତ*

ମାଲକାନଗିରି, ୨୫/୧୧  ଆସନ୍ତା ୨୮ ତାରିଖରେ ହେବାକୁ ଥିବା ଜବାହର ନବୋଦୟ ବିଦ୍ୟାଳୟ ପ୍ରବେଶିକା ପରୀକ୍ଷାର ସ୍ୱଚ୍ଛ ଓ ଶୃଙ୍ଖଳିତ ପରିଚାଳନା ନିମନ୍ତେ ଆଜି ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱà¬....

ଜେନ ଯୀ ଢଙ୍ଗରେ ପାଳନ ହେଲା ଶିଶୁ ଦିବସ କାର୍ଯ୍ୟକ୍ରମ

ମାଲକାନଗିରି ତା ୧୪/୧୧ (ସତ୍ୟ ନାରାୟଣ ଦାଶ)ଦାନିଗୁଡା ଉଚ୍ଚପ୍ରାଥମିକ ବିଦ୍ୟାଳୟ ଠାରେ ଶିଶୁଦିବସ ଏକ ନିଆରା ଢଙ୍ଗରେ ପାଳନ କରାଯାଇଛି l ଏହି ଶିଶୁଦିବସ ଉପଲକ୍ଷେ ଜେନ ଯୀ ସମୟର ଶିଶୁ ମାନଙ୍କ ପାଇଁ ବିଦ୍ୟà....

ନଭେମ୍ବର ୧୫ରେ ଜନଜାତିୟ ଗୌରବ ଦିବସ ପାଳନ ପାଇଁ ମାଲକାନଗିରି ଆସିବେ ମୁଖ୍ୟମନ୍ତ୍ରୀ

ମାଲକାନଗିରି ତା, ୧୩/୧୧ (ସତ୍ୟ ନାରାୟଣ ଦାଶ) ଧରତୀ ଆବା ଭଗବାନ ବୀର୍ସା ମୁଣ୍ଡାଙ୍କ ୧୫୧ତମ ଜୟନ୍ତୀ ଉପଲକ୍ଷେ ନଭେମ୍ବର ୧୧ରୁ ୨୨ ତାରିଖ ପର୍ଯ୍ୟନ୍ତ ସାରା ଦେଶରେ ଜନଜାତିୟ ଗୌରବ ସପ୍ତାହ ପାଳନ କରାଯାଉଛି। ....

ମାଲକାନଗିରି ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ମାସିକ ରାଜସ୍ୱ, ପିଏମଜି ପ୍ରଗତି ଓ ଜଳ ସୁରକ୍ଷା ବୈଠକ ଅନୁଷ୍ଠିତ

ମାଲକାନଗିରି,୧୦/୧୧ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲା ସ୍ତରୀୟ ମାସିକ ରାଜସ୍ୱ ସମୀକ୍ଷା, ପିଏମଜି  ପ୍ରଗତି ଏବଂ ଜଳ ସୁରକ୍ଷା କାର୍ଯ୍ୟ ଯୋଜନା ସମ୍ପରà....

Sign up for the Newsletter

Join our newsletter and get updates in your inbox. We won't spam you and we respect your privacy.