ମାଲକାନଗିରି,୧୬।୮(ସତ୍ୟ ନାରାୟଣ ଦାଶ) ୭୭ତମ ସ୍ଵାଧୀନତା ଦିବସ ଅବସରରେ ଭାରତକୁ ସ୍ଵାଧୀନତା ଦେଇଥିବା ମହାନ ମହାପୁରୁଷ ମାନଙ୍କ କଥାକୁ ମନେପକାଇ ବହୁ ଆଡମ୍ବରରେ ପଲ୍ଲି ଠାରୁ ଦିଲୀ ପର୍ଯ୍ୟନ୍ତ ସମସ୍ତ ଭାରତୀୟ ଆଜି ସ୍ଵାଧୀନତା ଦିବସ ପାଳନ କରୁଛନ୍ତି । ଏହି ମହାନ ଦିନରେ ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ସଦରଠାରେ ଥିବା ସମସ୍ତ ସରକାରୀ ବେସରକାରୀ କାର୍ଯ୍ୟ।ଳୟ ସମେତ ବିଭିନ୍ନ ଅନୁଷ୍ଠାନ ଗୁଡିକ ମଧ୍ୟ ବହୁ ଉଲ୍ଲାସର ସହିତ ପାଳନ କରୁଛନ୍ତି । କୋରୁକୋଣ୍ଡା ବ୍ଲକ କାର୍ଯ୍ୟଳୟ ସମେତ ବିଭିନ୍ନ ସ୍ଥାନରେ ସ୍ଵାଧୀନତା ଦିବସକୁ ପାଳନ କରଯାଇଥିଲା । ସେହିପରି ବ୍ଲକ ସଦର ଠାରେ ଥିବା ସ୍ଵାମୀ ଶିବାନନ୍ଦ ଉଚ୍ଚ ମାଧ୍ଯମିକ ବିଦ୍ୟାଳୟ ଠାରେ ଛାତ୍ର ଛାତ୍ରୀ ଏବଂ ସମସ୍ତ ଶିକ୍ଷକ ଶିକ୍ଷତ୍ରିଙ୍କ ଗହଣରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସରୋଜ କାନ୍ତ ବେହେରା ପତାକା ଉତ୍ତୋଳନ କରିଥିଲେ । ଏହି ଅବସରରେ କୋରୁକୋଣ୍ଡା ସଦରରେଥିବା ସ୍ଵାମୀ ଶିବାନନ୍ଦ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ମିଲେଟ ମୋର ସଂସ୍ଥା ପକ୍ଷରୁ ଶିକ୍ଷାର ବିକାଶରେ ସହଭାଗୀ ହେବା ପାଇଁ ଜିଲ୍ଲାର ପ୍ରତିଭାଶାଳୀ ଛାତ୍ରମାନଙ୍କ ନିମନ୍ତେ ମେଧା ଛାତ୍ରବୃତ୍ତି ଘୋଷଣା କରଯାଇଥିଲା । ଖୁବ୍ ଶୀଘ୍ର ଜିଲ୍ଲାର ଅନେକ ବିଦ୍ୟାଳୟଗୁଡ଼ିକରେ ମେଧା ଛାତ୍ରବୃତି ପାଇଁ ଚୟନ ପ୍ରକ୍ରିୟା ଆରମ୍ଭ ହେବ, ଏବଂ ଏହି ପ୍ରକ୍ରିୟାରେ ସବୁଠାରୁ ଉତ୍ତମ ପ୍ରଦର୍ଶନକାରୀ ଛାତ୍ର ଛାତ୍ରୀଙ୍କୁ ବୃତ୍ତି ପ୍ରଦାନ କରାଯିବ । ତେବେ କୃଷି କ୍ଷେତ୍ରରେ ଉନ୍ନତି ଆଣିବା ପାଇଁ କାର୍ଯ୍ୟ କରୁଥିବା ଏହି ସଂସ୍ଥା ଶିକ୍ଷା କ୍ଷେତ୍ରରେ ମଧ୍ୟ ବିକାଶ ଆଣିବା ଓ ଛାତ୍ର ଛାତ୍ରୀଙ୍କୁ ପ୍ରୋତ୍ସାହିତ କରିବା ପାଇଁ ଏହି ପଦକ୍ଷେପ ନେଇଥିବା ମିଲେଟ ମୋରର ଚେୟାରମ୍ୟାନ୍ ବି.କେ ସ୍ଵାଇଁ ପ୍ରକାଶ କରିଛନ୍ତି । ଏହି ଅବସରରେ ମିଲେଟ ମୋର ସଂସ୍ଥାର କର୍ମକର୍ତ୍ତା ଦୀପକ କୁମାର ମହାରଣା ଓ ଅନ୍ୟାନ୍ୟ କର୍ମଚାରୀ ମଧ୍ୟ ଉପସ୍ଥିତ ରହି ପିଲାଙ୍କୁ ମିଷ୍ଠାନ, ଜାତୀୟ ପତାକା ଆଦି ବଣ୍ଟନ କରିଥିଲେ ।
ନୂତନ ପ୍ରୟୋଗ କବିତାକୁ ଆହୁରି ହୃଦୟସ୍ପର୍ଶୀ କରିପାରେ, ମାଲକାନଗିରି ତା ୧୭/୧୧ (ସତ୍ୟ ନାରାୟଣ ଦାଶ) ଲକ୍ଷ୍ମଣ ନାୟକ ସାହିତ୍ୟ ସଂସ୍କୃତି ପରିଷଦ, ମାଲକାନଗିରି ତରଫରୁ କବିତାପାଠ, ସାରସ୍ବତ ସଭା, ପୁସ୍ତ....
ମାଲକାନଗିରି, ୧୭/୧୧(ସତ୍ୟ ନାରାୟଣ ଦାଶ) ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଳକ୍ ସ୍ଥିତ ମାଡକାପଦର୍ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ସୋମବାର ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ....
ସୁବାଷ ବୋଷ ଟାଉନ୍ କ୍ଲବ୍ କୁ ପ୍ରଥମ ପୁରସ୍କାର। ମାଲକାନଗିରି, ୧୫/୧୦(ସତ୍ୟ ନାରାୟଣ ଦାଶ) ଆଜି ଜିଲ୍ଲା ଆରକ୍ଷୀ କାର୍ଯ୍ୟାଳୟ ଠାରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମାଲକାନଗିରି ପୌର ପରିଷଦ ଅନ....
ଉତ୍ତର ଏବଂ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଜନିତ ବର୍ଷାର ମୁକାବିଲା ସମ୍ପର୍କରେ ପ୍ରଭାବିତ ହେବାକୁ ଥିବା ୧୭ଟି ଜିଲ୍ଲାର ଜିଲ୍ଲାପାଳଙ୍କ ସହ ଭିଡିଓ କନ୍ଫରେନ୍ସ ମାଧ୍ୟମର....
Join our newsletter and get updates in your inbox. We won't spam you and we respect your privacy.