ଧାମନଗର ବ୍ଲକରେ ଲଗାତାର ବନ୍ୟା ନଦୀବନ୍ଧ ପାଲଟିଛି ବିପନ୍ନଙ୍କ ଆଶ୍ରୟସ୍ଥଳୀ  #  

ସ୍ୱାବଲମ୍ବୀ ହେଉଛନ୍ତି ମହିଳା କାରିଗର -ସବାଇ ଓ ଡୋକ୍ରା ରାଖୀର ବଢ଼ୁଛି ଚାହିଦା  #  

ମନ୍ଦିରରେ ବାହାଘର ପରେ ପ୍ରତାରଣା ଟଙ୍କା-ସୁନା ଲୁଟି ସର୍ଭିସ୍ ବନ୍ଧୁକରେ ଧମକ  #  

ଓଡ଼ିଶାବାସୀଙ୍କୁୂ ବିଭ୍ରାନ୍ତ କରିବାକୁ କଂଗ୍ରେସ ଓ ବିଜେଡି ମିଳିମିଶି ନାଟକ କରୁଛନ୍ତି : ବିରଂଚି ନାରାୟଣ ତ୍ରିପାଠୀ  #  

ସମୟ ସହିତ ହିନ୍ଦୀ ବିକଶିତ ହେବା ସହ ଯୁବ ପିଢ଼ିଙ୍କ ସହିତ ଯୋଡ଼ି ହେବା ଉଚିତ: ରାଜ୍ୟପାଳ  #  

ସୁଭଦ୍ରାର ୫ମ କିସ୍ତି ପ୍ରଦାନ ପାଇଁ ସମୀକ୍ଷା ବୈଠକ ଅନୁଷ୍ଠିତ  #  

ମହିଳା ଓ ଶିଶୁଙ୍କ ସୁରକ୍ଷା ପାଇଁ ରାଜ୍ୟ ପୁଲିସର ବଡ଼ ଆକ୍ସନ ପ୍ଲାନ  #  

ଲକ୍ଷ୍ମଣ ନାୟକ ସାହିତ୍ୟ ସଂସ୍କୃତି ପରିଷଦ, ମାଲକାନଗିରି ତରଫରୁ କବିତାପାଠ, ସାରସ୍ବତ ସଭା, ପୁସ୍ତକ ଉନ୍ମୋଚନ ଓ ସମ୍ବର୍ଦ୍ଧନା।  #  

ମାଡ଼କାପଦର୍ ଠାରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଆୟୋଜିତ।  #  

ଶ୍ରେଷ୍ଠ ପୂଜା ପଣ୍ଡାଲକୁ ପୁରସ୍କୃତ କଲେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ।  #  

ଷଷ୍ଠତମ ଅସ୍ତରଙ୍ଗ ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ- ପ୍ରଶ୍ନ ବାଣରେ ଘାଇଲା ବିଧାୟକ  #  

ଦେଶବ୍ୟାପୀ ବକ୍ସ ଅଫିସରେ ଚହଳ ସୃଷ୍ଟି କରୁଛି ‘କାନ୍ତାରା ଚାପ୍ଟର ୧’  #  

ଦଶହରା ମେଢକୁ ମିଳିବ ଆର୍ଥିକ ଅନୁଦାନ, ୩ଟି ଶ୍ରେଣୀରେ ମିଳିବ ଟଙ୍କା  #  

ଭୁବନେଶ୍ୱର ବିମାନବନ୍ଦରରୁ ୩ କୋଟି ଟଙ୍କାର ମାରିଜୁଆନା ଜବତ, ଜଣେ ଗିରଫ  #  

ଦିନିକିଆ ଦଳର ଅଧିନାୟକ ହେଲେ ଶୁଭମନ୍ ଗିଲ୍, ବିରାଟ କୋହଲି ଏବଂ ରୋହିତ ଶର୍ମା ବି ଦଳରେ ସାମିଲ…  #  

ଅକ୍ଟୋବର ୯ରୁ ବିଜେଡିର ଜନସମ୍ପର୍କ ଅଭିଯାନ  #  

ଲଗାଣ ବର୍ଷାରେ ଗଜପତି ସ୍ଥିତି ବେହାଲ, ମହେନ୍ଦ୍ରଗିରିରେ ଫସି ରହିଥିବା ୩୦ ପର୍ଯ୍ୟଟକ ଉଦ୍ଧାର  #  

ଏସ୍ଆଇ ପରୀକ୍ଷା ନେଇ ବିଜେଡ଼ିର ଅଭିଯୋଗ ଉପରେ ଆଇନ ମନ୍ତ୍ରୀ ରଖିଲେ କଡ଼ା ଜବାବ  #  

ଏସ୍ଆଇ ପରୀକ୍ଷା ନେଇ ବିଜେଡ଼ିର ଅଭିଯୋଗ ଉପରେ ଆଇନ ମନ୍ତ୍ରୀ ରଖିଲେ କଡ଼ା ଜବାବ  #  

ଏହି ସ୍ଥାନରେ ହେବ ଚଳିତ ବର୍ଷ ରାବଣପୋଡି...  #  

ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଆୟୋଜନ କରାଯିବା ସଂପର୍କରେ ଐତିହ୍ୟ କ୍ୟାବିନେଟରେ ନିଷ୍ପତ୍ତି

             

ଭୁବନେଶ୍ୱର :  ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ରାଜ୍ୟ ଐତିହ୍ୟ କ୍ୟାବିନେଟର ଏକ ବୈଠକ ଅନୁଷ୍ଠିତ ହୋଇଥିଲା ।  ତା୨୬.୧୨.୨୦୧୭ରିଖରେ ଆୟୋଜିତ କ୍ୟାବିନେଟ ବୈଠକରେ ନିଆଯାଇଥିବା ନିଷ୍ପତ୍ତି କ୍ରମେ ୨୦୨୪ ମସିହା ଫେବୃଆରୀ  ମାସରେ ତିନି ଦିନ ବ୍ୟାପି ରାଜ୍ୟ ରାଜଧାନୀ ଭୁବନେଶ୍ୱର ଠାରେ ପ୍ରଥମ “ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ” ଆୟୋଜନ କରାଯିବା ନିମନ୍ତେ ଆଜି ଐତିହ୍ୟ କ୍ୟାବିନେଟ ନିଷ୍ପତ୍ତି ଗ୍ରହଣ କରିଛନ୍ତି ।

          ନିଷ୍ପତ୍ତି ଅନୁସାରେ “ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ” ରାଜ୍ୟ, ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ମଧ୍ୟ ଆୟୋଜନ କରାଯିବ । ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ଖ୍ୟାତିସମ୍ପନ୍ନ ଭାଷା ବିଜ୍ଞାନୀ ଓ ଭାଷା ବିଶେଷଜ୍ଞ ମାନଙ୍କୁ ସମ୍ମିଳନୀର ବିଷୟଭିଭିକ ଅଧିବେଶନରେ ବକ୍ତବ୍ୟ ରଖିବା ପାଇଁ ନିମନ୍ତ୍ରଣ କରାଯିବ । ସମଗ୍ର ରାଜ୍ୟର ଛାତ୍ରଛାତ୍ରୀମାନଙ୍କୁ ଏଥ‌ିରେ ବ୍ୟାପକ ଭାବେ ସାମିଲ  କରାଯିବ । ଯୁବପିଢିଙ୍କ ମଧ୍ୟରେ ଓଡ଼ିଆ ଭାଷାର ଆଦୃତ ନିମନ୍ତେ ସେମାନଙ୍କ ଉପରେ ସ୍ୱତନ୍ତ୍ର ଧ୍ୟାନ ଦିଆଯିବ । ଏହି ସମ୍ମିଳନୀ ସମୟରେ ଶିକ୍ଷାନୁଷ୍ଠାନ/ ବିଶ୍ୱବିଦ୍ୟାଳୟମାନେ ନିଜ ନିଜର କାର୍ଯ୍ୟକ୍ରମ ଆୟୋଜନ କରିବେ ।

          ଏହି “ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ” ଆୟୋଜନ ଦ୍ୱାରା ରାଜ୍ୟ, ରାଜ୍ୟ ବାହାରେ ଓ ବିଦେଶରେ ଓଡ଼ିଆ ଭାଷାର ପ୍ରଚାର, ପ୍ରସାର ତଥା ଗବେଷଣା କାର୍ଯ୍ୟ ତ୍ୱରାନ୍ୱିତ ହେବ । ଏତଦ୍ ବ୍ୟତୀତ ମାତୃଭାଷାକୁ ସମ୍ମାନ ଦେବା ଓ ଏହାର ଉନ୍ନତି ସାଧନ କରିବା ତଥା ଆଗାମୀ ପିଢିଙ୍କ ପାଇଁ ଓଡ଼ିଆ ଭାଷାର ଅସ୍ମିତାକୁ ବଜାୟ ରଖିବା କାର୍ଯ୍ୟ ସମ୍ପାଦନରେ ଉକ୍ତ ସମ୍ମିଳନୀର ପ୍ରଭାବ ସୁଦୂର ପ୍ରସାରୀ ହୋଇପାରିବ ।

          ଅନୁଷ୍ଠିତ  ଐତିହ୍ୟ କ୍ୟାବିନେଟ ବୈଠକର  ଏହି ନିଷ୍ପତ୍ତି ପରେ ପରେ ରାଜ୍ୟ  ପର୍ଯ୍ୟଟନ, ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀ ଅଶ୍ୱିନୀ କୁମାର ପାତ୍ର,  ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନା ଏବଂ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ କମିଶନର ତଥା ଶାସନ ସଚିବ ଶ୍ରୀମତୀ ସୁଜାତା ଆର୍.କାର୍ତ୍ତିକେୟନ ଏ ସଂପର୍କରେ ଗଣମାଧ୍ୟମକୁ ବିଶଦ୍ ସୂଚନା ପ୍ରଦାନ କରିଥିଲେ ।

ଗରୋଇ ଗୋବର୍ଧନ ପୀଠରେ ବୁଦ୍ଧିଆ ବାବାଙ୍କ ୧୯ତମ ମହାପ୍ରୟାଣ ଦିବସ ପାଳିତ

 ଗରୋଇ ଗୋବର୍ଧନ ପୀଠରେ ବୁଦ୍ଧିଆ ବାବାଙ୍କ ୧୯ତମ ମହାପ୍ରୟାଣ ଦିବସ ପାଳିତ ଜଗତସିଂହପୁରର ଗରୋଇ ଗୋବର୍ଧନ ପୀଠରେ ପ୍ରସିଦ୍ଧ  ମହାପୁରୁଷ ବୁଦ୍ଧିଆ ବାବାଙ୍କ ୧୯ତମ ମହାପ୍ରୟାଣ ଦିବସ ମଙ୍ଗଳବାର ମଙ୍ଗà¬....

ସ୍ବର୍ଗଦ୍ଵାରରେ ପଦ୍ମଭୂଷଣ ରମାକାନ୍ତରଥ ଙ୍କ ଶେଷକୃତ୍ୟ ସମ୍ପର୍ଣ୍ଣ

ପୁରୀ ୧୭/୩ ଆଜି ସ୍ବର୍ଗଦ୍ବାର ରେ ପୂର୍ବତନ ମୁଖ୍ୟ ଶାସନ ସଚିବ ତଥା ବିଶିଷ୍ଟ କବି ସ୍ବର୍ଗତ ପଦ୍ମଭୂଷଣ ରମାକାନ୍ତ ରଥ ଙ୍କ ରାଷ୍ଟ୍ରୀୟ ମର୍ଯ୍ୟାଦା ର ସହ ଶେଷକୃତ୍ୟ ସମ୍ପର୍ଣ୍ଣ ହୋଇଛି।ସ୍ବର୍ଗତ ରଥ ଙ୍କ ବ....

ଆନ୍ତର୍ଜାତୀୟ ଓଡ଼ିଶୀ ନୃତ୍ୟ ଉତ୍ସବର ଦ୍ୱିତୀୟ ଦିବସରେ ଓଡ଼ିଶୀ ଛନ୍ଦ ଓ ରସର ଭାବମୟ ପରିବେଷଣ

ଭୁବନେଶ୍ୱର :ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଦ୍ୱାରା ଆୟୋଜିତ ଏବଂ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ଦ୍ୱାରା ନିବେଦିତ ଆନ୍ତର୍ଜାତୀୟ ଓଡ଼ିଶୀ ନୃତ୍ୟ ଉତ୍ସବର ଆଜି ଥିଲା ଦ୍ୱିà....

ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଆୟୋଜନ କରାଯିବା ସଂପର୍କରେ ଐତିହ୍ୟ କ୍ୟାବିନେଟରେ ନିଷ୍ପତ୍ତି

              ଭୁବନେଶ୍ୱର :  ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ରାଜ୍ୟ ଐତିହ୍ୟ କ୍ୟାବିନେଟର ଏକ ବୈଠକ ଅନୁଷ୍ଠିତ ହୋଇଥିଲା ।  ତା୨୬.୧୨.୨୦୧୭ରିଖରà....

Sign up for the Newsletter

Join our newsletter and get updates in your inbox. We won't spam you and we respect your privacy.